ଆଇସିଡିଏସ୍‌ ପ୍ରକଳ୍ପମାନଙ୍କରେ ଆରମ୍ଭ ହେଲା ଛତୁଆ ମିଶ୍ରଣ ପ୍ରକ୍ରିୟା

ଭୁବନେଶ୍ୱର: ସମନ୍ଵିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମା’ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ଉତ୍କୃଷ୍ଟମାନ ବଜାୟ ରଖବା ଲକ୍ଷ୍ୟରେ ପ୍ରତି ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ପାଇଁ ସ୍ଥିର କରାଯାଇଛିା ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛିା

ପୂର୍ବରୁ ଜାରି କରାଯାଇଥବା ସଂଶୋଧତ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧକାରୀ, ସିଡିପିଓ କିମ୍ବା ମିଶନଶକ୍ତିର ପ୍ରୋଗ୍ରାମ ଅଧକାରୀମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛିା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଚାଲିଥବା ମିଶ୍ରଣ ପ୍ରକ୍ରିୟାରେ ସାମଗ୍ରୀର ମାନ, ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ସ୍ୱଚ୍ଛତା, ବ୍ୟବହୃତ ଯନ୍ତ୍ର ସାମଗ୍ରୀର ଗୁଣବତ୍ତା, ପ୍ୟାକେଜିଂ ପ୍ରଭୃତିକୁ ନିରୀକ୍ଷଣ ଏବଂ ତଦାରଖ କରାଯାଉଛିା

କେଉଁଝର ଜିଲ୍ଲାରେ ଜିଲ୍ଲାପାଳ ଉପସ୍ଥିତ ରହି ଏହି ଛତୁଆ ମିଶ୍ରଣ କାର୍ଯ୍ୟର ତଦାରଖ କରିଥଲୋ ପ୍ରକାଶ ଥାଉ କି, ଛତୁଆ ପ୍ରସ୍ତୁତି ପାଇଁ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧ ବର୍ଷିଆ ଚୁକ୍ତିରେ ଚୟନ କରାଯାଇ ଛତୁଆ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛିା ଗହମ, ବାଦାମ, ବୁଟ ଏବଂ ଚିନିର ମିଶ୍ରଣରେ ପ୍ରସ୍ତୁତ ଛତୁଆକୁ ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ଏବଂ ୩ରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖଲା ଖାଦ୍ୟ ଭାବେ ଯୋଗାଇ ଦିଆଯାଉଛିା

ଏଣିକି ପ୍ରତିମାସ ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମାତୃକମିଟି ଓ ଯାଞ୍ଚ କମିଟି ଉପସ୍ଥିତିରେ ଛତୁଆ ବଣ୍ଟନ କରାଯିବା ଛତୁଆ ମିଶ୍ରଣ ପାଇଁ ର୍ନିଦ୍ଧାରିତ ୨୩ ତାରିଖ ଛୁଟି ଦିନ ଥଲେ ମଧ୍ୟ ସେହି ଦିନ ହିଁ ଛତୁଆ ମିଶ୍ରଣ କରାଯିବା ଆଜି ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ଥଲେ ମଧ୍ୟ ଛତୁଆ ମିଶ୍ରଣ କରାଯାଇଛିା ଏହା ଦ୍ୱାରା ଛତୁଆ ଯୋଗାଣ ପ୍ରକ୍ରିୟାରେ ଅଧକ ସ୍ୱଚ୍ଛତା ଆସିବା ସହ ହିତାଧକାରୀମାନେ ଉନ୍ନତ ମାନର ଛତୁଆ ପାଇପାରିବେ ବୋଲି ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଶା ବ୍ୟକ୍ତ କରିବା ସହ ଏହି ପ୍ରକ୍ରିୟା ସହ ଜଡ଼ିତ ସବୁ ଅଧକାରୀମାନେ ଗାଇଡ୍‌ଲାଇନ୍‌ର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା

ସମ୍ବନ୍ଧିତ ଖବର