ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ ବାସୁଦେବପୁର ନିକଟରୁ ଏକ ବ୍ରଏଲର କୁକୁଡ଼ା ବୋଝେଇ ଗାଡ଼ିକୁ ଦୁର୍ବୃତ୍ତମାନେ ଅପହରଣ କରିଛନ୍ତି। ଏନେଇ ଚମ୍ପୁଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ତୁରୁମୁଙ୍ଗା ନିକଟ ପାନପଶି ଫାର୍ମରୁ ଏକ ପିକ୍ଭ୍ୟାନ୍ (ଓଡି-୦୯-ପି-୯୧୩୯)ରେ କୁକୁଡ଼ା ବୋଝେଇ ହୋଇଯାଉଥିଲା। ୫୨୦ ନମ୍ବର ଜାତୀୟ ରାଜପଥର ବାସୁଦେବପୁର ନିକଟରେ ଦୁର୍ବୃତ୍ତମାନେ ଗାଡ଼ି ଅଟକାଇ ମାଲିକ କୁଞ୍ଜନ ମୁଣ୍ଡାଙ୍କଠାରୁ ପ୍ରଥମେ ୯ ହଜାର ଟଙ୍କା ଛଡ଼ାଇ ନେଇଥିଲେ।
ପରେ ତାଙ୍କୁ ଗାଡ଼ିରୁ ଓହ୍ଲାଇ କୁକୁଡ଼ା ବୋଝେଇ ଗାଡ଼ି ନେଇ ଫେରାର ହୋଇଯାଇଛନ୍ତି। ଗାଡ଼ିରେ ଥିବା ବ୍ରଏଲର୍ କୁକୁଡ଼ାର ମୂଲ୍ୟ ଦୁଇଲକ୍ଷ ଟଙ୍କା ହେବ ବୋଲି କୁଞ୍ଜନ ମୁଣ୍ଡା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/5.jpg)