ପୁରୀ: ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ନେଇ ମୁଖ୍ୟ ଶାସନ ସଚିବ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏନେଇ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଜେଡି ସରକାରଙ୍କର ପରାଜୟ ପରେ ଶ୍ରୀମନ୍ଦିର ଚାରିପଟୁ ଲାଇଟ୍ ଖୋଲି ନିଆ ଯାଇଥିବା ଅଭିଯୋଗ ହୋଇଛି
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ଠିକାଦାର ଲାଇଟ୍ ଖୋଲିନେଇଥିବା କୁହାଯାଉଛି।
ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ ଜଣଙ୍କୁ ସିଂହଦ୍ବାର ଥାନା ପୁଲିସ୍ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।