ବିଜେପୁର ବିଧାନସଭା ଉପନିର୍ବାଚନ : ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର:  ଭାରତର ନିର୍ବାଚନ କମିଶନରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖ ଘୁଞ୍ଚାଯାଇଛି ବୋଲି ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ରାୟ କହିଛନ୍ତି।

ତେବେ ଏହି ଚୂଡାନ୍ତ ଭୋଟର ତାଲିକା ଚଳିତବର୍ଷ ଜାନୁଆରି ୨୦ ତାରିଖରେ ଓ ଅବଶିଷ୍ଟ ୧୪୬ଟି ନିର୍ବାଚନ ମଣ୍ଡଳୀର ତାଲିକା ଫେବ୍ରୁଆରି ୧୬ ତାରିଖରେ ପ୍ରକାଶ ପାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର