ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ସଚେତନତା ଅଭାବରୁ କେତେକ ଭୋଟର ବୁଥ୍ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହାର ପାଳନ ନ କରା ଯିବାରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଭୋଟରଙ୍କୁ ସଚେତନ କରାଇଥିଲେ ।
କୌଣସି ଅଧିକାରୀ ଅବା ଭୋଟର କେହି ମଧ୍ୟ ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ। ଏପରିକି ମେବାଇଲ ଫୋନ୍କୁ ସ୍ୱିଚ୍ ଅଫ୍ କରି କହେି ବୁଥ୍କୁ ନେଇପାରିବେ ନାହିଁ ବୋଲି ସେ ଅପିଲ କରିଛନ୍ତି । ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ ବାରଣ କରାଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଯାଇ ମତଦାନ କରିଥିଲେ।