ଜେଲ୍‌ ଗଲେ ପ୍ରଦୂଷଣ ବୋର୍ଡ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ବଡ଼ କଥା ହେଲା, ଦେଢ଼ ଦିନ ଭିତରେ ଭିଜିଲାନ୍ସ ଟିମ୍ ଶ୍ରୀ ପୃଷ୍ଟିଙ୍କ ସମ୍ପତ୍ତି ଆକଳନ କରିପାରିନାହିଁ। ଏଥିପାଇଁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ। ସୋମବାର ବ୍ୟାଙ୍କ ଖୋଲିବା ପରେ ହିସାବକିତାବ କରାଯିବ। ଏହାସହ ବେନାମୀ ସମ୍ପତ୍ତି ଖୋଜାଯିବ ବୋଲି ଜଣାପଡ଼ିଛି। ଏବେ ସୁଦ୍ଧା ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ପଟିଆର ସେ ରହୁଥିବା କଲଭିକ୍ କିଙ୍ଗ ପ୍ୟାଲେସର ଫ୍ଲାଟ୍, ଶ୍ରୀକ୍ଷେତ୍ର ନିବାସରେ ଥିବା ଫ୍ଲାଟର ମୂଲ୍ୟ ୧ କୋଟି ଟଙ୍କା, ଫୁଲନଖରାସ୍ଥିତ ଗ୍ରାଣ୍ଡ ଆବାସରେ ଥିବା ଫ୍ଲାଟ୍‌ର ମୂଲ୍ୟ ୬୦ଲକ୍ଷ ଟଙ୍କା, ଠାବ ହୋଇଥିବା ୩ ପ୍ଲଟ୍‌ର ବଜାର ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୩୫୫ଗ୍ରାମ ସୁନା ଅଳଙ୍କାର ଓ ୬୯୨ଗ୍ରାମ ରୁପା ଅଳଙ୍କାର, ଗୋଟିଏ ଚାରିଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି। ଖଣ୍ଡଗିରି ବାରଭୁଜା ମାର୍କେଟ୍‌ କମ୍ପ୍ଲେକ୍ସରେ ଏକ ଦୋକାନଘର ଠାବ କରାଯାଇଛି।

ସମ୍ବନ୍ଧିତ ଖବର