ଅଗ୍ନିଶମ ନିର୍ଦ୍ଦେଶାଳୟରେ ଅଦଳବଦଳ; ମୁଖ୍ୟ ଅଗ୍ନିଶମ ଅଧିକାରୀ ପଦରୁ ହଟିଲେ

ଭୁବନେଶ୍ୱର: ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅହେତୁକ ବିଳମ୍ବ ନେଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ରାଜ୍ୟ ସରକାର | ଗତକାଲି ଅଗ୍ନିଶମ ନିର୍ଦ୍ଦେଶାଳୟ ଡିଜି ଦାୟିତ୍ବ ସହ ପୁଲିସ ଡିଜି ଥିବା ବିଜୟ ଶର୍ମାଙ୍କୁ ପଦରୁ ହଟାଇବା ପରେ ଆଜି ଅଗ୍ନିଶମ ନିର୍ଦ୍ଦେଶାଳୟରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଥିବା ମହେଶ୍ୱର ସ୍ୱାଇଁଙ୍କ ଠାରୁ ଦାୟିତ୍ୱ କାଢି ଦେଇଛନ୍ତି ରାଜ୍ୟ ସରକାର | ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ଥିଲା | ଏହାପରେ ମହେଶ୍ଵର ସ୍ୱାଇଁ ଓଏଫଡିଆରଏର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ |

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଗ୍ନିଶମ ନିର୍ଦ୍ଦେଶାଳୟରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଥିବା ସୁକାନ୍ତ ସେଠୀ ନିର୍ଦ୍ଦେଶାଳୟର ଅଗ୍ନି ନିରୋଧକ ଶାଖାର ଦାୟିତ୍ୱ ତୁଲାଇବେ | ଅଗ୍ନିଶମ ନିର୍ଦ୍ଦେଶାଳୟର ଅଗ୍ନି ନିରୋଧକ ଶାଖାର ଉପମୁଖ୍ୟ ଅଗ୍ନିଶମ ଅଧିକାରୀ ଥିବା ଅରୁଣ କୁମାର ଷଡ଼ଙ୍ଗୀଙ୍କୁ କଟକରୁ ଭବାନୀପାଟଣା ବଦଳି କରାଯାଇଛି | ଭବାନୀପାଟଣାରେ ଉପମୁଖ୍ୟ ଅଗ୍ନିଶମ ଅଧିକାରୀ ଥିବା ସଲିଲ ପ୍ରକାଶ କିଣ୍ଡୋଙ୍କୁ କଟକ ଅଣାଯାଇ ତାଙ୍କୁ ଅଗ୍ନି ନିରୋଧକ ଶାଖାରେ ଅବସ୍ଥାପିତ କରାଯାଇଛି |

ସମ୍ବନ୍ଧିତ ଖବର