ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ପ୍ରଧାନ ବିଚାରପତି

କଟକ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମଣା ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନ ବିଚାରପତି ଆସନ୍ତା ୨୪ ତାରିଖ ଦିନ ବିମାନରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ପହଞ୍ଚିବା ପରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ୨୫ ତାରିଖ ଦିନ ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହାପରେ। କଟକରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ନୂଆ କୋଠା ଆଇନସେବା ଭବନକୁ ଉଦ୍‌ଘାଟନ କରିବେ। ଓଡ଼ିଶା ଜୁଡିସିଆଲ ଏକାଡେମି ଓ ହାଇକୋର୍ଟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତ ଓ ଜଷ୍ଟିସ ଭିନିତ ସରନ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨୫ ତାରିଖ ଦିନ ପ୍ରଧାନ ବିଚାରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର