କଟକ: ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୧୯୫୮, ଜାନୁଆରି ୫ରେ ଜନ୍ମିତ ଜଷ୍ଟିସ ଜାଭେରୀଙ୍କ କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ଶୁକ୍ରବାର ଥିଲା ହାଇକୋର୍ଟରେ ତାଙ୍କ ଶେଷ କାର୍ଯ୍ୟ ଦିବସ। ଶୁକ୍ରବାର ମଧ୍ୟାହ୍ନରେ ହାଇକୋର୍ଟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ହାଇକୋର୍ଟର ବିଚାରପତିମାନଙ୍କ ସହିତ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୨୦୧୮, ଅଗଷ୍ଟ ୧୨ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ସେ ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜଷ୍ଟିସ ଜାଭେରୀ ଏଏଲ୍.ବି. ଡିଗ୍ରି ହାସଲ କରିବା ପରେ ୧୯୮୩ରେ ଓକିଲାତି ଲାଇସେନ୍ସ ପାଇଥିଲେ। ସେ ଗୁଜରାଟ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୪ରେ ଗୁଜୁରାଟ ହାଇକୋର୍ଟ ଆଡଭୋକେଟସ୍ ଆସୋସିଏସନର ଯୁଗ୍ମ ସ˚ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୮ରୁ ୧୯୯୦ ପର୍ଯନ୍ତ ଆସୋସିଏସନର ସ˚ପାଦକ ଭାବେ ନିର୍ବାଚିତ ହୋଇ ଦାୟିତ୍ବ ନିର୍ବାହ କାରିଥିଲେ। ୧୯୮୧ରୁ ୧୯୯୭ ପର୍ଯ୍ୟନ୍ତ ଖ୍ୟାତିସ˚ପନ୍ନ ଭାରତ ସ୍କାଉଟ୍ସ୍ ଆଣ୍ତ ଗାଇଡ୍ସ ସଦସ୍ୟ ପଦବିରେ ରହିଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟ କମିସନର ଭାବେ ମନୋନୀତ ହୋଇଥିଲେ। ସ୍କାଉଟ ରାଜ୍ୟ କମିସନର ପଦରେ ସେ ୨୦୦୨ରୁ ୨୦୦୪ ଫେବ୍ରୁଆରି ପର୍ଯ୍ୟନ୍ତ ରହିଥିଲେ। ଜଷ୍ଟିସ ଜାଭେରୀଙ୍କ ଜେଜେ ବାପା କାଳୀଦାସ ଯଶକରଣ ଜାଭେରୀ ଜଣେ ସ୍ବାଧୀନତା ସ˚ଗ୍ରାମୀ ଥିଲେ। ସେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ନିକଟତମ ସହଯୋଗୀ ଥିଲେ। ଜଷ୍ଟିସ ଜାଭେରୀଙ୍କ ବାପା ସତ୍ୟେନ୍ଦ୍ର କାଳୀଦାସ ଜାଭେରୀ ଜଣେ ଆଇନଜୀବୀ ଥିଲେ ଓ ଗୁଜରାଟ ବାର୍ କାଉନସିଲର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ଥିଲେ। ୨୦୦୪, ମାର୍ଚ୍ଚ ୭ରେ ଜଷ୍ଟିସ୍ ଜାଭେରୀ ଗୁଜୁରାଟ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲା। ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୧୬, ଅଗଷ୍ଟ ୨୪ରୁ ଜଷ୍ଟିସ ଜାଭେରୀ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।