ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି

ରାଉରକେଲା: ସୁନ୍ଦରଗଡ଼ ଓ ଦେବଗଡ଼ ଗସ୍ତରେ ଆଜି ରାଉରକେଲା ପହଞ୍ଚିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼ ଜଷ୍ଟିସ ଏସ.ମୁରଲୀଧର। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଉରକେଲାରେ ୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ନୂଆ ସିଭିଲ କୋର୍ଟ ବିଲ୍ଡିଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ଜିଲ୍ଲା ଅଦାଲତ ପରିସରରେ ଇ-ଫାଇଲିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି ମୁଖ୍ୟ ବିଚାରପତି। ଏହାପରେ ଆଇନଜୀବୀଙ୍କ ସହ ଇ-ଫାଇଲିଂ ଓ ଇ-ସର୍ଭିସ ସଂକ୍ରାନ୍ତୀୟ ଆଲୋଚନା କରିବା ସହ କୋର୍ଟ ବିଲ୍ଡିଂ ପରିଦର୍ଶନ କରି ବିଚାରପତିମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ।

ଏହି ଅବସରରେ ପୋକସୋ ଆଇନ ଉପରେ ଏକ ଆଲୋଚନାଚକ୍ରରେ ଯୋଗଦେଇ ରାଉରକେଲା ବାର ଆସୋସିଏସନ କର୍ମକର୍ତ୍ତା ଓ ସଦସ୍ୟଙ୍କ ସହିତ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ସୁନ୍ଦରଗଡ଼ ଅଭିମୁଖେ ବାହାଇଛନ୍ତି। ସେଠାରେ ଜିଲ୍ଲା ଅଦାଲତ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ଅଦାଲତ ପରିଦର୍ଶନ କରି ରାତିରେ କଟକ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ରାଉରକେଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ସୁନ୍ଦରଗଡ ଜିଲ୍ଲା ଜଜ ଶୁଭଦର୍ଶୀ ପଟ୍ଟନାୟକ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୋ, ରାଉରକେଲା ବାର ଆସୋସିଏସନର ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷୟ ସାହୁଙ୍କ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର