ଭୁବନେଶ୍ବର: ଆର୍ସିଏସ୍-ଉଡାନ୍ ଯୋଜନାରେ ରାଜ୍ୟରେ ନିର୍ମିତ ୪ଟି ବିମାନବନ୍ଦର ଝାରସୁଗୁଡ଼ା, ଉତ୍କେଲା, ରାଉରକେଲା ଏବଂ ଜୟପୁରରେ ଅଗ୍ନିଶମ ସେବା କର୍ମଚାରୀ (ଆଗ୍ନିକ) ନିୟୋଜନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ୫୦ଟି ଆଗ୍ନିକ ପଦବିକୁ ମଞ୍ଜୁର କରିଛନ୍ତି। ଏଥିରେ ବିଭିନ୍ନ ରୢାଙ୍କର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଉତ୍କେଲା ଓ ଜୟପୁରରେ ୯ଜଣ ଲେଖାଏଁ ଆଗ୍ନିକ ମୁତୟନ ହେବାକୁ ଥିବାବେଳେ ଝାରସୁଗୁଡ଼ା ଓ ରାଉରକେଲାରେ ୧୬ଜଣ ଲେଖାଏଁ ଆଗ୍ନିକ ନିୟୋଜିତ ହେବେ।
ସୂଚନାଯୋଗ୍ୟ ଯେ, ନିକଟରେ କଟକ, ବ୍ରହ୍ମପୁର ଓ ବୁର୍ଲାରେ ତିନିଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବାବେଳେ ଭଦ୍ରକର ତିହିଡି ଏବଂ ଯାଜପୁରର ବରୁଆଁରେ ବି ନୂଆ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ଏଠାରେ ବିଭିନ୍ନ ଅଗ୍ନିଶମ କେନ୍ଦ୍ରର କର୍ମଚାରୀଙ୍କୁ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/naveen-1.jpg)