ହିଞ୍ଜିଳି/ଶେରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନଣରେ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ପ୍ରଚାର କରିଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଥିଲେ। ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି .କେ.ପାଣ୍ଡିଆନ୍ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ  ଥିଲେ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ, ସବୁ କଥାରେ ବିରୋଧୀ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇପାରିବେ ନାହିଁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। ଲୋକସଭା ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିବ।

publive-image

ଶେରଗଡ଼ରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଦେଇଥିବା ଯୋଗୁଁ ଧନ୍ୟବାଦ। କୃଷକମାନଙ୍କ ପ୍ୟାକେଜ୍‌ ଘୋଷଣାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ୨୦୨୪ ନିର୍ବାଚନ ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡ଼ରେ ବିଶାଳ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।