ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ଜିଲ୍ଲାବାସୀଙ୍କୁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରି ସେଠାରୁ ହେଲିକେପ୍ଟର ଯୋଗେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ାସଂସଦ ଷ୍ଟାଡିୟମରେ ପହଞ୍ଚିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହା ମଧ୍ୟରେ ସୁନ୍ଦରଗଡର ଇବ ନଦୀ କୂଳରେ ୮୫ କୋଟି ଟଙ୍କା ବ୍ୟୟରେ ରିଂ ରୋଡ ଓ ଭୋଜପୁର ନିକଟ ଇବ ନଦୀ ଉପରେ ୧୬ କୋଟି ଟଙ୍କା ବ୍ୟୟରେ ପୋଲ, ୨୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡ଼ିଆର ଉନ୍ନତିକରଣ ଆଦି ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ବିଧାୟକ ଶାରଦା ନାୟକ, ସୁବ୍ରତ ତରାଇ ଏବଂ ପୂର୍ବତନ ବିଧାୟକ ଯୋଗେଶ ସିଂହ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ତେବେ ଏହି ସରକାରୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ବିଧାୟକ କୁସୁମ ଟେଟେଙ୍କ ଅନୁପସ୍ଥିତିକୁ ନେଇ ସହରରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର