ଭୁବନେଶ୍ବର : ନିଟ୍‌-ୟୁଜି ପରୀକ୍ଷାରେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ର ପ୍ରିୟ ସୋମଦତ୍ତ ନାୟକ ସର୍ବଭାରତୀୟସ୍ତରରେ ୩୯ତମ ରୢାଙ୍କ ହାସଲ କରିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରିୟ ସୋମଦତ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି। ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ଜନସେବାରେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପ୍ରିୟ ସୋମଦତ୍ତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପିତା ସଞ୍ଜୀବ ନାୟକ ଆଇଟିସିରେ ସେଲ୍ସ ମ୍ୟାନେଜର୍ ଅଛନ୍ତି। ତାଙ୍କ ମାତା ଅନୁପମା ନାୟକ ଜଣେ ଗୃହିଣୀ। ଏହାବ୍ୟତୀତ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଟ୍‌ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ବିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।