୧୦ ମାସ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରାୟ ୧୦ ମାସ ପରେ ଗୁରୁବାର ଦିନ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଜେଟ୍‌ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହରେ ୧ ଘଣ୍ଟା ଧରି ଉପସ୍ଥିତ ରହିଲେ। ଗତବର୍ଷ ବଜେଟ୍‌ ଅଧିବେଶନ ଚାଲିଥିବା ବେଳେ କରୋନା ମହାମାରୀ ବ୍ୟାପିବା ଆଶଙ୍କା କରି ବିଧାନସଭାକୁ ଅଧାରୁ ମୁଲତବୀ ରଖାଯାଇଥିଲା। ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ବିଭିନ୍ନ ସରକାରୀ କାର୍ଯ୍ୟରେ ଭାଗ ନେଇଆସୁଛନ୍ତି। ଗତବର୍ଷ ମୌସୁମୀ ଓ ଶୀତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ଏଥରକ ମଧ୍ୟ ବିଧାନସଭାର ବାକି ଦିନ ତକ ଭିଡିଓ କନଫରେନ୍‌ସିଂ ଜରିଆରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବାଚସ୍ପତି ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର