ଭୁବନେଶ୍ବର : ବିଧାନସଭାର ବଜେଟ୍‌ ଅଧିବେଶନ ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି।  ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଭିତରେ ଉପସ୍ଥିତ ଥିଲେ। ପ୍ରାୟ ଏକ ବର୍ଷ ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଗୃହ ଭିତରକୁ ଆସିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ସେ ଗୃହରେ ଉପସ୍ଥିତ ଥିଲେ। ଏହା ପରେ ଦିବଂଗତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ।

Advertisment

୨୦୨୦ ମାର୍ଚ୍ଚରେ କରୋନା କଟକଣା ଲାଗୁ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟରେ ବିଧାନସଭା ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ। କେବଳ ୨୦୨୧ ଫେବ୍ରୁ୍ଆରି ମାସରେ ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ସେ ଗୃହକୁ ଆସିଥିଲେ। ଆଜି ଦ୍ବିତୀୟ ଥର ପାଇଁ ସେ ବିଧାନସଭା ଆସିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ହୋଇଥିବା ବିଜେଡି ବିଧାୟକ ଦଳ ବୈଠକରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଅଧ୍ୟକ୍ଷତା କରିଥ‌ିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବିଧାନସଭା ଚାମ୍ବର୍‌ରେ ମଧ୍ୟ କିଛି ସମୟ ବସିଥିଲେ। ସେଠାରେ ବିଧାୟକ ସୁରେଶ ରାଉତରାୟଙ୍କ ପୁତ୍ର ତଥା ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।