ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ ।
ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଅସୁମାରୀ ସୁଯୋଗ ସୃଷ୍ଟି କରିବା ଦିଗରେ ସମସ୍ତେ ଏକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଆଜିର ଶିଶୁ ଭବିଷ୍ୟତ ନିର୍ମାଣର କର୍ଣ୍ଣଧାର । ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଏହି ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ: ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ: ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।
— Mohan Charan Majhi (@MohanMOdisha) November 14, 2024
ଶିଶୁ ଦିବସ ଅବସରରେ ରାଜ୍ୟ ତଥା ଦେଶର ଭବିଷ୍ୟତଙ୍କୁ ମୋର ଶୁଭକାମନା ଏବଂ ଆଶୀର୍ବାଦ। #ChildrensDay pic.twitter.com/Uu8qAb5opo
ଆମ ରାଜ୍ୟର ପିଲାମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇ ପାରିବେ ସେଥିପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର