ଭୁବନେଶ୍ବର: ରାଜ୍ୟରେ କନଷ୍ଟେବଳ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ୨୦୮୦ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଅନୁଷ୍ଠିତ ପରୀକ୍ଷାରେ ସମୁଦାୟ ୧୮୫୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ସୁନା ଚାଲାଣ କରି ଧରାପଡ଼ିବା ପରେ ରାଣ୍ୟା ଦେଲେ ଏଭଳି ପ୍ରତିକ୍ରିୟା
ରାଜ୍ୟ ପ୍ରବରଣ ମଣ୍ଡଳୀ ପକ୍ଷରୁ କନଷ୍ଟେବଲ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ୨୦୮୦ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଅନୁଷ୍ଠିତ ପରୀକ୍ଷାରେ ସମୁଦାୟ ୧୮୫୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କନଷ୍ଟେବଲ / ସିପାହୀ ଭାବେ…
— Mohan Charan Majhi (@MohanMOdisha) March 5, 2025
କନଷ୍ଟେବଳ / ସିପାହୀ ଭାବେ ଏହି ନିଯୁକ୍ତି ଲୋକଙ୍କୁ ଆହୁରି ଉନ୍ନତ ପୁଲିସ ସେବା ପ୍ରଦାନରେ ସହାୟକ ହେବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।
ଅଧିକ ପଢ଼ନ୍ତୁ: ସାରଥିଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି: ବାରିମୂଳ ଆଶ୍ରମ ମନା