ଭୁବନେଶ୍ବର: ଆଦିବାସୀ ଝିଅ ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ଜ୍ୟୋସ୍ନା ଗଜପତି ଜିଲ୍ଲାର ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍ର କୀର୍ତ୍ତନ ଶବରଙ୍କ ଝିଅ।
ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ, ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଆହୁରି ପଢ଼ନ୍ତୁ:Thick Blanket Of Fog: ଘନ କୁହୁଡ଼ିର ଚାଦର ତଳେ ଘୁ.ଉଦୟଗିରି, ଥଣ୍ଡାରେ କଲବଲ ଅଞ୍ଚଳବାସୀ
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ଝିଅ ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ, କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ଝିଅ ଜ୍ୟୋସ୍ନା ଶବରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ଝିଅ ଜ୍ୟୋସ୍ନା ଶବରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
— Mohan Charan Majhi (@MohanMOdisha) December 26, 2025
ଆଦିବାସୀ ବହୁଳ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ଆସି ଅନ୍ତର୍ଜାତୀୟ ଭାରୋତ୍ତୋଳନ କ୍ଷେତ୍ରରେ ଏସୀୟ ରେକର୍ଡ ସ୍ଥାପନ କରିବା ସହ ବିଶ୍ୱସ୍ତରରେ… pic.twitter.com/MuuckDV1Y0
ଆଦିବାସୀ ବହୁଳ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ଆସି ଅନ୍ତର୍ଜାତୀୟ ଭାରୋତ୍ତୋଳନ କ୍ଷେତ୍ରରେ ଏସୀୟ ରେକର୍ଡ ସ୍ଥାପନ କରିବା ସହ ବିଶ୍ୱସ୍ତରରେ ପଦକ ଜିତି ସେ ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଛନ୍ତି।
ତାଙ୍କର ଏହି ଅସାଧାରଣ ସଫଳତା ଆମ ଯୁବପିଢ଼ିର ଦୃଢ଼ ସଂକଳ୍ପ ଓ ଅସୀମ ସାମର୍ଥ୍ୟର ପ୍ରତିଫଳନ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ନିରନ୍ତର ସଫଳତା କାମନା କରୁଛି।
ଗଜପତି ଜିଲ୍ଲାର ପ୍ରଥମ ଶିଶୁଙ୍କୁ ଜାତୀୟ ସମ୍ମାନ
ସୂଚନାଯୋଗ୍ୟ, ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ, ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।
ଜ୍ୟୋସ୍ନା ଭାରୋତ୍ତୋଳନ (ୱେଟଲିଫ୍ଟିଂ) କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି ।
୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଓଫ ସୋସିଏଲ ସାଇନ୍ସ ରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି। ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରୁଛନ୍ତି।
ଆହୁରି ପଢ଼ନ୍ତୁ:Shocking Incident: କୁକୁର ପାଇଁ ଚାଲିଗଲା ଜୀବନ: ପୋଷା ପ୍ରାଣୀ ପାଇଁ ପ୍ରାଣ ହାରିଦେଲେ ଦୁଇ ଭଉଣୀ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/26/chief-minister-congratulates-jyotsna-2025-12-26-19-41-10.jpg)