ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଗଠନ ହେବ କୁଡୁମୀ ବିକାଶ ପରିଷଦ

ଭୁବନେଶ୍ବର: ରାଜ୍ୟରେ କୁଡ଼ୁମୀ ଆଦିବାସୀଙ୍କ ବିକାଶ ପାଇଁ ବିକାଶ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବିକାଶ ପରିଷଦ ଜରିଆରେ କୁଡ଼ୁମୀ ସମ୍ପ୍ରଦାୟକୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅଗ୍ରଗତି କରିବାରେ ସହାୟକ ହେବ। ଏହା ସହ ଏହି ସମ୍ପ୍ରଦାୟର ସାଂସ୍କୃତିକ ପୁନରୁତଥାନ ପାଇଁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ସମେତ ପଡୋଶୀ ଜିଲ୍ଲାରେ କୁଡ଼ୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ସମଷ୍ଟିଗତ ବିକାଶ ପ୍ରକ୍ରିୟାରେ ସେମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ କରିବାକୁ ବହୁ ଦିନରୁ ଆବଶ୍ୟକତା ଅନୁଭବ କରାଯାଉଥିଲା ବୋଲି ସରକାର ଜଣାଇଛନ୍ତି ।

ସମ୍ବନ୍ଧିତ ଖବର