ପୁରୀ ପ୍ୟାକେଜ୍ : କ୍ଷତିପୂରଣ ଓ ପୁର୍ନବାସ ସୁବିଧା ସହ ପରିବହନ ଖର୍ଚ୍ଚ ୫୦,୦୦୦ ଓ ବାସସ୍ଥାନ ମିଳିବା ଯାଏ ମାସିକ ୧୦,୦୦୦ ଟଙ୍କା ଘରଭଡ଼ା

ଭୁବନେଶ୍ବର: ପୁରୀରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କ ଥଇଥାନ ପାଇଁ  ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ୍ ପ୍ୟାକେଜ ଘୋଷଣା ହୋଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ ରାଇଟ୍ ଟୁ ଫେଆର କମ୍ପେନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ନୀତି ଅନୁଯାୟୀ ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତିର ଅଧିଗ୍ରହଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଏହି ମର୍ମରେ ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ସହାୟତା ଦିଆଯିବାକୁ ନିଷ୍ପତ୍ତି । ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପ୍ରଦାନ କରିବେ ସରକାର ।

ପୁର୍ନବାସ ଯୋଜନା: ଏହି ଯୋଜନା ଅନୁସାରେ ପ୍ରାତ୍ୟେକ ବିସ୍ଥାପିତ ପରିବାରଙ୍କୁ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ଚୟନ କରିବାର ବ୍ୟବସ୍ଥା ରହିଛି ।  ୧- ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ । ୨- ମନ୍ଦିରର ୧.୫ କିମି ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନିରେ ୫୨୦ ବର୍ଗଫୁଟ ପରିମିତ ଘର ନଚେତ୍ (୩) ମନ୍ଦିରର ୨ କି.ମି ମଧ୍ୟରେ ୪୦/୨୫ ଫୁଟର ଏକ ଜାଗା ପାଇପାରିବେ । ତେବେ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ସହାୟତା ପାଇବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଦୋକାନ ଗୃହ ଅଧିଗ୍ରହଣ ସହାୟତା: ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି । ଏଥିରୁ କୌଣସି ଗୋଟିଏକୁ ବାଛିପାରିବେ । ୨ଶହ ବର୍ଗଫୁଟରୁ କମ୍ , ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫ଶହ ବର୍ଗଫୁଟରୁ ଅଧିକ ବିଲ୍ଟିଅପ୍ ସ୍ଥାନରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର ଏବଂ ୧୦ ହଜାର ଓ ୧୫ ହଜାର ଟଙ୍କା ଘରଭଡ଼ା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର