ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ବଡ଼ବାହାଲିଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।
ଜାତୀୟ ରାଜପଥ ୫୭ ସୋନପୁର ଜିଲ୍ଲାର ଖାରି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୬.୧୫ ସମୟରେ ଖାରୀ ନିକଟ ସ୍ବାଗତ ଢ଼ାବା ପାଖରେ ଛିଡା ହୋଇଥିବା ଗୋଟିଏ ଅଟୋକୁ ପିଟିଲା ଆର୍ଟିକା କାର୍। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ମୃତ ତିନିଜଣ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ରଘବପାଲିର ବୋଲି ଜଣଯାଇଛି। ବିଭିନ୍ନ ପନିପରିବା ଚାରା ବିକ୍ରି କରିବା ପାଇଁ ସୋନପୁର ବଜାରକୁ ଯାଉଥିବା ବେଳେ ସ୍ବାଗତ ଢ଼ାବା ନିକଟରେ ଅଟୋଟି ରାସ୍ତା କଡ଼ରେ ଅଟକି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଆର୍ଟିକା ଗାଡ଼ିଟି ଅଟୋକୁ ପିଟିଥିଲା। ଦୁର୍ଘଟଣା ପରେ ଆର୍ଟିକା ଡ୍ରାଇଭର ଓ ଆର୍ଟିକାରେ ଥିବା ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି। ଆର୍ଟିକାରେ ଗୋଟିଏ ପୁଲିସ ୟୁନିଫର୍ମ ମିଳିଛି। ତିନି ଷ୍ଟାର ଥିବା ଏହି ୟୁନିଫର୍ମ ରେ ସ୍ନିଗ୍ଧାରାଣୀ ସୁନା ଇନ୍ସପେକ୍ଟର ଅପ୍ ପୁଲିସ ଲେଖା ଖୋଇଛି। ତେଣୁ ଏହା ପୁଲିସ ଗାଡ଼ି ହୋଇଥିବା ସନ୍ଦେହ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/98f6d9b2-fd43-4fe7-9f68-52d52a723e7d.jpg)