ଝାରସୁଗୁଡା: ଝାରସୁଗୁଡାର ଅମଲିପାଲିଠାରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ୬୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡାରେ ବିମାନ ବନ୍ଦର ହେଲା କିନ୍ତୁ ବିମାନ ଉଡିପାରିଲା ନାହିଁ। ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ ଆପଣମାନେ ବିମାନ ଚଳାନ୍ତୁ। ମାତ୍ର କିଛି ହେଲା ନାହିଁ। ଶତାବ୍ଦୀ ଏକ୍ସପ୍ରେସ୍କୁ ଝାରସୁଗୁଡା ଦେଇ ଚଳାଇବାକୁ ଦାବି କରିଛି ଦେଖାଯାଉ କ’ଣ ହେଉଛି। କୋଇଲା ରୟାଲିଟି ବୃଦ୍ଧି ଲାଗି ୨୦୧୫ ରୁ ଦାବି କରି ଆସୁଛି କିନ୍ତୁ କିଛି ହେଉ ନାହିଁ। ଓଡ଼ିଶା ହଜାର ହଜାର ହଜାର କୋଟି ଟଙ୍କା ହରାଉଛି, କିନ୍ତୁ ପ୍ରଦୂଷଣ ମୁଣ୍ଡାଉଛି।
ନିଜର ଭାଷଣରେ କେନ୍ଦ୍ର ସରକାରର ଅପାରଗତାକୁ ଦର୍ଶାଇବା ପରେ ବିଜୁ ଜନତା ଦଳକୁ ବିଧାୟକ ନବ ଦାସଙ୍କୁ ସ୍ୱାଗତ କରିଥିଲେ। ଏଥିସହ ସେ ଜଣେ ସୁସଂଗଠକ ଓ ବିଜୁ ଜନତା ଦଳ ଝାରସୁଗୁଡାରେ ଶକ୍ତିଶାଳୀ ହେବ ବୋଲି କହିଥିଲେ।
ଏଥିସହ ମୁଖ୍ୟମନ୍ତ୍ରୀ ଗତ ୧୮ ବର୍ଷ ଭିତରେ ଝାରସୁଗୁଡାର ବହୁତ ଉନ୍ନତି ହୋଇଛି ଓ ଆଗକୁ ମଧ୍ୟ ହେବ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/7-1.jpg)