କଟକରେ ପୋଲ ଭୁଶୁଡ଼ିବା ଘଟଣା: ୨ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆରଡିସି ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: କଟକ ସହରର ଛତ୍ରବଜାର ନିକଟରେ ଆଜି ସନ୍ଧ୍ୟାରେ ପୋଲ ଭୁଶୁଡ଼ିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହାରିଥିବା ୨ ଜଣଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ଆହତ ବ୍ୟକ୍ତି ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଘଟଣାର ଆରଡିସି ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଆଜି ସନ୍ଧ୍ୟାରେ ମାଟି ଅତଡ଼ା ଖସିବାରୁ ଅଘଟଣ ଘଟିଥିଲା। ଛତ୍ରବଜାର ପୋଲ ନିକଟ ପୁରୁଣା କାନ୍ଥ ଭୁଶୁଡ଼ିବାରୁ ମାଟି ଅତଡ଼ା ଖସିଥିବାରୁ ସେଠାରେ କାର୍ଯ୍ୟରତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର