ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ: ୪୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୩ଟି ପ୍ରକଳ୍ପ ଉଦ୍‌ଘାଟନ କଲେ

ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରି ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୩୩ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩୧୧ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୫,୭୩୨ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି । ଏଥି ସହ ବାଲେଶ୍ୱର ପୁଲିସ ଲାଇନ୍‌ ପଡ଼ିଆରେ ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ କର୍ମୀଙ୍କ ସମାବେଶରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ଅଭିଭାଷଣରେ ସେ ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ଶିଳାନ୍ୟାସ ଓ ୭୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଘୋଷଣା କରି ଉପସ୍ଥିତ ବିଜୁ ଯୁବ ବାହିନୀ କର୍ମୀ ଓ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ, ଆପଣମାନେ ଖୁସୀ ତ? ଏହାପରେ ସେ ‘ମୁଁ ବି ଖୁସୀ’ ବୋଲି କହିଥିଲେ। ଏଥିସହ ଆଜିର କାର୍ଯ୍ୟକ୍ରମ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରରେ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇଡ୍‌କୋ ଟାଓ୍ଵାର। ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ୧୫୧ କୋଟିରୁ ଅଧିକ ଟଙ୍କାର ୩୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବାକୁ ଥିବା ବନ୍ଦର ୧୨,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର