ବିପର୍ଯ୍ୟୟ ସମୟରେ ରାଜ୍ୟବାସୀଙ୍କ ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସୋମବାର ସମଗ୍ର ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଛି । ଏହି ଅବସରରେ ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବିପର୍ଯ୍ୟୟ ପ୍ରାକ୍ ସୂଚନା ବ୍ୟବସ୍ଥା କ୍ଷେତ୍ରରେ ଏହା ଅଭିନବ ପ୍ରୟାସ ବୋଲି ଲୋକାର୍ପଣ ଉତ୍ସବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ଏକ ଏଭଳି ରାଜ୍ୟ ଯେଉଁଠି ଲୋକେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରନ୍ତି। ପ୍ରତି ବର୍ଷ କିଛି ନା କିଛି ବିପର୍ଯ୍ୟୟ ହୋଇଥାଏ । ବାତ୍ୟା, ବନ୍ୟା ଓ ବଜ୍ରପାତରୁ କିଭଳି ଓଡ଼ିଶାବାସୀ ଏବଂ ବିଶେଷ କରି ଓଡ଼ିଶାର ଉପାନ୍ତ ଅଞ୍ଚଳ ଲୋକମାନେ ସତର୍କ ରହି ପାରିବେ, ସେନେଇ ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର ନିର୍ମାଣ କରାଯାଇଛି । ଓଡ଼ିଶାବାସୀଙ୍କ ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ଯାହା ସମସ୍ତ ଶ୍ରେୟ ଏନଡ଼ିଆରଏଫ ଓ ଓଡ଼୍ରାଫ୍ ଟିମଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା କାଳରୂପୀ ମହାବାତ୍ୟାକୁ ଆଜି ୧୯ ବର୍ଷ ପୁରିଛି । ଆଉ ସେବେଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର ଯାହା ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସିଛି । ତେବେ ୧୯୯୯ ମସିହାର ମହାବାତ୍ୟାରେ ପ୍ରାଣ ହରାଇଥିବା ପରିବାର ବର୍ଗ ଏବଂ ପ୍ରଭାବିତ ହୋଇଥିବା ପିଡ଼ୀତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର