ବେଲଗୁଣ୍ଠା ଥାନାକୁ ଭିସିରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବେଲଗୁଣ୍ଠା/ଭଞ୍ଜନଗର : ବହୁ ପ୍ରତୀକ୍ଷିତ ‌ବେଲଗୁଶ୍ଠା ଥାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ‌ରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହାସହ ପ୍ରଥମ ଥାନାଧିକାରୀ ଭାବେ ଭଞ୍ଜନଗର ଥାନାର ପ୍ରାକ୍ତନ ଆଇଆଇସି ସୁଦୀପ୍ତ କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ଏହି ଅବସରରେ ନୂତନ ଥାନା ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌.ପି ବ୍ରିଜେଶ ରାୟ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଏ.ଏସ୍.ପି ବିଜୟ କୁମାର ମଲ୍ଲିକ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବେଲଗୁଣ୍ଠା ବିଡିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବେଲଗୁଣ୍ଠା ଫାଣ୍ଡି ଥାନାରେ ରୁପାନ୍ତରିତ ହୋଇଥିବାରୁ ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି।

ପୂର୍ବରୁ କିଛି ଅଞ୍ଚଳ ବୁଗୁଡ଼ା, ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ଥାନା ଇଲାକାରେ ଆସୁଥିଲା। କିନ୍ତୁ ଉକ୍ତ ଅଞ୍ଚଳ ଗୁଡ଼ିକ ବର୍ତ୍ତମାନ ବେଲଗୁଣ୍ଠା ଥାନା ଅଧୀନକୁ ଆସିଯାଇଥିବାରୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧ ଦମନ ବ୍ୟବସ୍ଥିତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ବେଲଗୁଣ୍ଠା ପୂର୍ବତନ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ, ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା, ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସଙ୍କ ସମେତ ଜନପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର