ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ମୋ ଜୀବନ’ କାର୍ଯ୍ୟକ୍ରମ: କରୋନା ଭାଇରସକୁ ଘରେ ପୂରାଇ ନ ଦେବାକୁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ବାନ କଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆ‌ଧାର କରି ସେ ଏକ ନୂଆ କା‌ର୍ଯ୍ୟକ୍ରମ- ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କା‌ର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡ଼ିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି କି ଗତ ୨୦ ବର୍ଷର ସେବା ଭିତରେ ମୁଁ ଯାହା ଅନୁରୋଧ କରିଛି ତାହା ଆପଣମାନେ ରଖିଛନ୍ତି, ଏବେ ମୁଁ ଆପଣମାନଙ୍କୁ ଘରୁ ନ ବାହାରିବା ଲାଗି ଶପଥ କରିବାକୁ କହୁଛି । ବାହାରକୁ ନ ଯିବା ପାଇଁ ବ୍ୟକ୍ତିଗତ ସ୍ତରରେ ଶପଥ ନିଅନ୍ତୁ । ଆମେ ସାବଧାନ ରହିଲେ କରୋନା ଆମ ଘରକୁୁ ପଶିପାରିବ ନାହିଁ ।  ଜରୁରୀ କାମରେ ବାହାରକୁ ଗଲେ ଘରକୁ ଫେରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରେ ପଶନ୍ତୁ । ଶପଥ ନେବା ସମୟର ଭିଡିଓ ସୁଟିଂ କରନ୍ତୁ, ମୋ ପାଖକୁ ପଠାନ୍ତୁ।

 

ସମ୍ବନ୍ଧିତ ଖବର