ଭୁବନେଶ୍ବର: ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର । ସମସ୍ତେ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନଧ୍ୟାନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆଜି ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ଓ ତତ୍ ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ… pic.twitter.com/qX596ZioVE
— CMO Odisha (@CMO_Odisha) July 30, 2025
ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡିଶା । ଲଗାତାର ବନ୍ୟା ଆସିବା ଫଳରେ ବାଲେଶ୍ବର, ଭଦ୍ରକର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଏବେ କେମିତି ରହିଛି ସ୍ଥିତି । କଣ ହୋଇଛି କ୍ଷୟକ୍ଷତି ତାର ସମୀକ୍ଷା ଆକାଶ ମାର୍ଗରୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୋଟେ ପଟେ ତଳିଆ ଅଞ୍ଚଳରେ ପାଣି ଧିରେଧିରେ କମି ଆସୁଥିବା ବେଳେ ବନ୍ୟା ପ୍ରଭାବିତଙ୍କ ପାଇଁ କଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ତା ଉପରେ ନଜର ରହିଛି । ଦିନ ୨ଟା ଆଜି ମୁଖ୍ୟମନ୍ତ୍ରୀ ପ୍ରେସମିଟ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/30/cm-mohan-2025-07-30-13-48-47.jpg)
