ଓଡ଼ିଶା ପୁଲିସର ‘ଫନି’ ମୁକାବିଲାକୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚିତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୟଙ୍କର ବାତ୍ୟା ‘ଫନି’କୁ ଚଟାଣ ଭଳି ସାମ୍ନା କରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷା ଦେଇଥିବା ଓଡ଼ିଶା ପୁଲିସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ ଗତ ମେ’ ୩ ତାରିଖରେ ‘ଫନି’ ଫଣାରେ ଥିଲା ଓଡ଼ିଶା, ତାହାର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ ଓଡ଼ିଶା ପୁଲସ୍ । ଦିନ ରାତି ଏକ କରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ ତାହାକୁ କିଭଳି ସଫଳତାର ସହ ଓଡ଼ିଶା ପୁଲିସ୍କା ର୍ଯ୍ୟକାରୀ କରିଥିଲେ ତାହାକୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକୃତିର ସେହି କରାଳ ମୂହୂର୍ତ୍ତକୁ ଦୀର୍ଘ ଦୁଇମାସ ବିତିଯାଇଛି, ଆଉ ସେହି ଭୟଙ୍କର ବାତ୍ୟା ଏବଂ ତାହାର ପରବର୍ତ୍ତୀ ସହାୟତାରେ କିଭଳି ରହିଥିଲା ରାଜ୍ୟ ପୁଲିସର କାର୍ଯ୍ୟ, ସେନେଇ ସଚିବାଳୟରେ ପ୍ରାମାଣିକ ଚିତ୍ରର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଫନି ସମୟରେ ରାଜ୍ୟ ପୁଲିର କାର୍ଯ୍ୟ ଉଚ୍ଚ ପ୍ରଶଂସାଯୋଗ୍ୟ । ଏହି ପ୍ରାମାଣିକ ଚିତ୍ର ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁଲିସକୁ ମାର୍ଗଦର୍ଶନ କରିବାରେ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର