ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ଆଜି: ଜିଲ୍ଲାର ୩.୩୭ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ

ଉପକୃତ ହେବେ ୧୫ ଲକ୍ଷ ୯ ହଜାର ୬୩୧ ଲୋକ
ରାଉରକେଲାରେ ପାଇବେ ୬୮,୫୭୫ କାର୍ଡଧାରୀ
୧୭ ବ୍ଲକରେ ବାଣ୍ଟିବେ ୧୭ ମନ୍ତ୍ରୀ

ରାଉରକେଲା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ହିତାଧିକାରୀଙ୍କୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ରାଉରକେଲା ବିମାନ ବନ୍ଦରରୁ ବାହାରି ୧୧ଟା ୫ ମିନିଟ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ପହଞ୍ଚିବେ। ୧୧ଟା ୨୭ ମିନିଟ୍‌ରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡର ବଣ୍ଟନର ଶୁଭାରମ୍ଭ କରିବେ। ୧୧ଟା ୩୬ ମିନିଟ୍‌ରେ ଜିଲ୍ଲାର କିଛି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣର କରିବେ। ପୂର୍ବାହ୍ନ ୧୧ଟା ୩୮ ମିନିଟ୍‌ରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସୁନ୍ଦରଗଡ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡରୁ ଜିଲ୍ଲାର ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ। ରାଉରକେଲା ମୋଟ ୬୮ ହଜାର୫୭୫ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ଏହା ଦ୍ବାରା ୨ ଲକ୍ଷ ୨୩ ହଜାର ୪୧୮ ଜଣ ଉପକୃତ ହେବ। ସୁନ୍ଦରଗଡ ପୌରପାଳିକାରେ ୫, ୪୦୭, ରାଜଗାଙ୍ଗପୁର ପୌରପାଳିକାରେ୮,୭୯୧, ବୀରମିତ୍ରପୁର ପୌରପାଳିକାରେ ୬, ୫୧୪ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ସେମିତି ବାଲିଶଙ୍କରା ବ୍ଲକରେ ୨୩, ୧୪୯, ବଡଗାଁରେ ୧୮,୨୪୦, ବିଶ୍ରାରେ ୧୬,୭୦୫, ବଣାଇରେ୧୫,୯୮୯, ଗୁରୁଣ୍ଡିଆରେ ୧୭,୩୬, ହେମଗିରିରେ ୨୧,୫୯୮, କୋଇଡାରେ୧୮,୭୯୦, କୁଆରମୁଣ୍ଡାରେ୨୪,୬୫୮, କୁତ୍ରାରେ୧୯,୫୭୬ କାର୍ଡଧାରୀଙ୍କୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ଅନୁରୂପ ଭାବେ ଲହୁଣୀପଡା ବ୍ଲକରେ ୨୩,୪୭୩, ଲାଠିକଟାରେ୨୬,୩୩୭୮, ଲେଫ୍ରିପଡାରେ ୨୦,୪୬୪, ନୂଆଗାଁରେ୨୬,୩୩୭, ରାଜଗାଙ୍ଗପୁରରେ ୨୪,୭୦, ସବଡେଗାରେ ୧୬,୪୮୫, ସୁନ୍ଦରଗଡ ସଦର ବ୍ଲକରେ୧୭,୭୫୦, ଟାଙ୍ଗରପାଲି ବ୍ଲକରେ୧୭,୩୮୯ ରାସନ କାର୍ଡଧାରୀଙ୍କୁ ଏହି ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ।

 

ସୁନ୍ଦରଗଡରେ ସ୍ବାସ୍ଥ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ରହିବେ। ବାଲିଶଙ୍କରା ବ୍ଲକରେ ଉଚ୍ଚ ଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବଣାଇ ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଓଡ଼ିଶା ଖାଦ୍ୟ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ଲହୁଣୀପଡା ବ୍ଲକରେ ଶିଳ୍ପ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅମରେନ୍ଦ୍ର ଦାସ, ସବଡେଗା ବ୍ଲକରେ ଆଦିବାଦୀ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ସହ ବିନୟ ଟପ୍ପୋ ଉପସ୍ଥିତ ରହିବେ। ଟାଙ୍ଗରପାଲି ବ୍ଲକରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ସତ୍ୟବ୍ରତ ତ୍ରିପାଠୀ, ବଡଗାଁରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ପ୍ରଭାତ ଆଦିତ୍ୟ ମିଶ୍ର, କୁତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦେବାଶିଷ ମହାନ୍ତି, ଲାଠିକଟା ବ୍ଲକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ରାମଚନ୍ଦ୍ର ପଣ୍ଡା, ସୁନ୍ଦରଗଡ ପୌରପାଳିକାରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ଦେବାଶିଷ ମଲ୍ଲିକ, ହେମଗିରି ବ୍ଲକରେ ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଲତା ଦେଓ, ରାଜଗାଙ୍ଗପୁର ବ୍ଲକରେ ନଗର ଉନ୍ନୟନ ଓ ଆଇମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାଂସଦ ଅନୁଭବ ପଟ୍ଟନାୟକ, କୋଇଡା ବ୍ଲକରେ ଦକ୍ଷତା ବିକାଶ ମନ୍ତ୍ରୀ ‌ପ୍ରେମାନନ୍ଦ ନାୟକଙ୍କ ସହ ଅସିତ ପଟ୍ଟନାୟକ ଉପସ୍ଥିତ ରହିବେ।

ଅନୁରୂପ ଭାବେ ନୂଆଗାଁ ବ୍ଲକରେ ସୂଚନା ଓ ଲୋକ ସମ୍ପର୍କମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ସଂଗ୍ରାମ ପାଇକ୍‌ ରାୟ, କୁଆରମୁଣ୍ଡା ବ୍ଲକରେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ ସୁଧୀର ଦାସ, ଲେଫ୍ରିପଡା ବ୍ଲକରେ ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଲୋପାମୁଦ୍ରା ବକ୍ସିପାତ୍ର ଏବଂ ବିଶ୍ରା ବ୍ଲକରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଦିଲୀପ ତିର୍କୀ ଉପସ୍ଥିତ ରହିବେ। ବୀରମିତ୍ରପୁର ପୌରପାଳିକାରେ କେନ୍ଦ୍ରାପଡା ବିଧାୟକ ଉତ୍କଳ ପରିଡା, ଗୁରୁଣ୍ଡିଆ ବ୍ଲକରେ ବିଧାୟକ ଆକାଶ ଦାସ ନାୟକ, ରାଜଗାଙ୍ଗପୁର ପୌରପାଳିକାରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ନାୟକଙ୍କ ସହ ମୀନକେତନ ଅମାତ ରହିବେ।

ସମ୍ବନ୍ଧିତ ଖବର