ବିଜେପୁର: ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ଡବଲ ଇଂଜିନ୍ ସରକାର ଦରକାର। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ଛତିଶଗଡ଼ ଭଳି ସୁବିଧା ଓଡ଼ିଶାରେ ବି ଲାଗୁ ହୋଇପାରିବ। ଚାଷୀମାନେ ବେଶ୍ ଲାଭାନ୍ୱିତ ହେବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ବିଜେପୁର ଗସ୍ତରେ ଆସି କହିଛନ୍ତି। ଏହାସହ ବିଜେପୁର ବିଧାନସଭା ପ୍ରାର୍ଥୀ ସନତ ଗଡ଼ତିଆ ଓ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟରେ ବିଜୟ କରାଇବା ପାଇଁ ସେ ନିବେଦନ କରିଥିଲେ।
ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଛତିଶଗଡ଼ରେ ଡବଲ ଇଂଜିନ୍ ସରକାର ଗଠନର ମାତ୍ର ତିନି ମାସ ହୋଇଥିବା ବେଳେ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଧାନ ମୂଲ୍ୟ, ସୁଭଦ୍ରା ଯୋଜନା ସମେତ ଯୋଜନାଗୁଡ଼ିକ ଛତିଶଗଡ଼ରେ କିଭଳି ଚାଲିଛି ତାର ଉଦାହରଣ ଦେଇଥିଲେ।
ଏହି ଅବସରରେ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିବା ଆଳରେ ଧାନକେଣ୍ଡା ପ୍ରଦର୍ଶନ କରି ଚାଷୀକାର୍ଡ ଖେଳିଥିଲେ। ତାଙ୍କ ସହିତ ପ୍ରଚାରରେ ସାମିଲ ହୋଇଥିବା ଛତିଶଗଡ଼ର ବିଧାୟକ ପୁରନ୍ଦର ମିଶ୍ର, ବିଜୟ ଶର୍ମା ପ୍ରମୁଖ ନେତାମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଅପାରଗତା ଉଲ୍ଲେଖ କରିବା ସହିତ ପରିବର୍ତ୍ତନ ଆଣିବା ପାଇଁ ନିବେଦନ କରିଥିଲେ। ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ ବିଜେପିର ଆଭିମୁଖ୍ୟ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ସହିତ ଭୋଟଭିକ୍ଷା କରିଥିଲେ। ବିଜେପୁର ବିଧାନସଭା ପ୍ରଭାରୀ ସୁକାନ୍ତ ଦାଶ, ବରିଷ୍ଠ ନେତା ଡା. ଅରୂପା ସାହୁ, ରବିନାରାୟଣ ଦାଶ, ମଦନ ଦୀପ, ଡ. ପ୍ରଭାସ ସିଂହ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ, ଝରଣା ପାଣିଗ୍ରାହୀ, ସଂଯୁକ୍ତା ସାହୁଙ୍କ ସମେତ ବିଜେପିର ବହୁ ନେତା ଏହି ଅବସରରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgjdgdjgdgj.jpg)