ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଭୁବନେଶ୍ବର ଫେରିବା ସମୟରେ ପଟ୍ଟନାୟକିଆ ଛକ ନିକଟସ୍ଥ ସଦାନନ୍ଦପୁର ଠାରେ ହଠାତ୍ ଅଟକି ଯାଇଥିଲେ। ବ୍ୟକ୍ତିିଗତ ସୁରକ୍ଷାକର୍ମୀଙ୍କୁ ପଇଡ଼ ଆଣିବାକୁ କହିଥିଲେ। ସୁରକ୍ଷାକର୍ମୀ ଗଙ୍ଗାଧର ବିଶ୍ବାଳଙ୍କ ଦୋକାନରୁ ଗୋଟେ ପଇଡ଼ ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପାଣି ଭଲ ଲାଗିବାରୁ ଆଉ ଏକ ପଇଡ଼ ପିଇଥିଲେ। ପଇଡ଼ ଦୁଇଟିର ଦାମ୍ ୫୦ଟଙ୍କା ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଗଙ୍ଗାଧରଙ୍କୁ ୫୦୦ଟଙ୍କା ଦେଇଥିଲେ। ଗଙ୍ଗାଧର ବଳକା ଟଙ୍କା ଫେରାଇବାକୁ ଚାହିଁଥିଲେ ହେଁ ମୁଖ୍ୟମନ୍ତ୍ରୀ ମନା କରିଥି‌େଲ। ସଦାନନ୍ଦପୁରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପ୍ରାୟ ୫ମିନିଟ ଅଟକିଥିଲା।