ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ ତଥା ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ ଦ୍ୱାରା ପ୍ରକାଶିତ “ଏନସାଇକ୍ଲୋପେଡିଆ ଅଫ୍ ଟ୍ରାଇବ୍ସ ଇନ ଓଡ଼ିଶା ”ର ପଞ୍ଚମ ସଂପାଦିତ ସଂସ୍କରଣ ଉନ୍ମୋଚନ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାକି ସମସ୍ତ ଜନଜାତିର ଏକ ଏନସାଇକ୍ଲୋପିଡିଆ ପ୍ରକାଶ କରିଛି। ଏହାର ସମସ୍ତ ପାଞ୍ଚଟି ସଂପାଦିତ ଭଲ୍ୟୁମରେ ୩୮୦୦ ପୃଷ୍ଠା ଏବଂ ୪୧୮ ଅନୁସନ୍ଧାନମୂଳକ ପ୍ରବନ୍ଧ ରହିଛି, ଯାହାକି ସମସ୍ତ ୬୨ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏବଂ ୧୩ଟି ବିଶେଷ ଭାବରେ ସମ୍ବେଦନଶୀଳ ଆଦିବାସୀ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିଛି ।
ଏଭଳି ଏକ ବିରଳ ତଥା ପ୍ରଭାବଶାଳୀ ପ୍ରକାଶନ ଉପରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପୁସ୍ତକ ନିଶ୍ଚିତ ଭାବରେ ସମସ୍ତ ଶିକ୍ଷାବିତ୍, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ଇଛୁକ ବ୍ୟକ୍ତିଙ୍କ ପାଇଁ ଏକ ଶିକ୍ଷାର ଭଣ୍ଡାର ହେବ ।
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ବାଲକ୍ରିଷ୍ଣନ୍, ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏବଂ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ନିଦ୍ଦେର୍ଶକ ଏ.ବି.ଓତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Naveen-copy.jpg)