ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ସିଆରପିଏଫ୍ ଯବାନ ପ୍ରଦୀପ ପଣ୍ଡାଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରତିରକ୍ଷା ଓ ଅର୍ଧ ସାମରିକ କର୍ମଚାରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହି ପାଣ୍ଠିରୁ ସହିଦଙ୍କ ବିଧବା ପତ୍ନୀଙ୍କ ପାଇଁ ମାସିକ ୨ ହଜାର ଟଙ୍କାର ପେନ୍ସନ୍ ବ୍ୟବସ୍ଥା ମଧ୍ୟ ରହିଛି।
ସହିଦଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2017/12/naveen-patnaik-1.jpg)