ପୂରଣ ହେବନି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବି

ବରିଷ୍ଠ ଆଇଏଏସଙ୍କ ଦାୟିତ୍ବ ବଦଳିଲା

ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ଏସ୍ଆରସି ଦାୟିତ୍ବ
ହେମନ୍ତ ଶର୍ମାଙ୍କୁ ଶିଳ୍ପ, ଜଙ୍ଗଲ କଥା ବୁଝିବେ ମୋନା
ଗଣଶିକ୍ଷା ବିଭାଗ ଦାୟିତ୍ବରେ ଚିତ୍ରା, ବିଷ୍ଣୁଙ୍କୁ ଶକ୍ତି

ଭୁବନେଶ୍ବର : ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଶ୍ରୀ େଜନାଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ୍ କମିସନର ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ ପରିଚାଳନା ନିେର୍ଦଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଏଥିସହିତ େମାଟ ୯ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଦାୟିତ୍ବରେ ଅଦଳବଦଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ କ୍ରମେ ଏ ସଂକ୍ରାନ୍ତ ସରକାରୀ ନିେର୍ଦଶନାମା ପ୍ରକାଶ ପାଇଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବିରେ କାହାକୁ ଅବସ୍ଥାପିତ କରାଯାଇ ନାହିଁ। ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜେଶ ବର୍ମା େକନ୍ଦ୍ରୀୟ ଡେପୁଟେସନରେ ଯିବା ପରଠାରୁ ଏହି ପଦବି ଖାଲି ପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସରକାର ନିକଟରେ ଏହି ପଦବିରେ ଆଉ କାହାକୁ ନିଯୁକ୍ତି ଦେବାକୁ ବର୍ତମାନ ପାଇଁ ଚାହୁଁନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଲାଗି ଉଦ୍ଦିଷ୍ଟ ଅଫିସକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନଙ୍କୁ ଦିଆଯାଇଛି। ସେହିଭଳି ଦୀର୍ଘ ବର୍ଷ ଧରି ଜି ମାଥିଭାତନନ୍ ନଗର ଉନ୍ନୟନ ଓ େଦଓରଂଜନ ସିଂ ପଞ୍ଚାୟତିରାଜ ସଚିବ ଦାୟିତ୍ବରେ ରହିଥିଲେ ହେଁ, ସରକାରଙ୍କର ସେମାନଙ୍କ ଉପରେ ଆସ୍ଥା ରହିଛି।

ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ସଚିବ ଡାକ୍ତର େମାନା ଶର୍ମା ଏବେ ଜଙ୍ଗଲ ଓ ପରିବେଶ ବିଭାଗର ନିୟମିତ ସଚିବ ଭାବେ କାର୍ଯ୍ୟ କରିବେ। ଉନ୍ନୟନ କମିସନର ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିଯୁକ୍ତି ପରେ ଡାକ୍ତର ଶର୍ମା ଅତିରିକ୍ତ ଭାବେ ଏହି ବିଭାଗର ସଚିବ ଦାୟିତ୍ବ ତୁଲାଉଥିଲେ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ େଚାପ୍ରାଙ୍କୁ ସରକାର ଗୃହ ବିଭାଗର ସଚିବ ଭାବେ ନିଯୁକ୍ତି େଦଇଛନ୍ତି। ସେ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇବେ। ମୁଖ୍ୟଶାସନ ସଚିବ ଭାବେ ଅସିତ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯିବା ପରେ ଶ୍ରୀ େଚାପ୍ରାଙ୍କୁ ସରକାର ଅତିରିକ୍ତ ଭାବେ ଗୃହ ବିଭାଗର ଦାୟିତ୍ବ ତୁଲାଇବା ପାଇଁ ନିେର୍ଦଶ ଦେଇଥିଲେ। ବରିଷ୍ଠ ଆଇଏଏସ୍ ଅଫିସର ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କୁ ତାଙ୍କ ମୂଳ ବିଭାଗ ସହିତ ଅତିରିକ୍ତ ଭାବେ ଗ୍ରିଡକୋ ଓ ଓପିଟିିସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିେର୍ଦଶକ, ଓସିପିଏଲର ସିଇଓ ଦାୟିତ୍ବ ଦିଆଯାଇଛି।

ସରକାର ଶକ୍ତି ସଚିବ ଦାୟିତ୍ବରେ ଥିବା େହମନ୍ତ ଶର୍ମାଙ୍କୁ ବଦଳି କରି ଶିଳ୍ପ ବିଭାଗକୁ େନଇଛନ୍ତି। ସେ ଅତିରିକ୍ତ ଭାବେ ଏମଏସଏମ୍ଇ ବିଭାଗର ସଚିବ, ଇପିକଲ୍ ସିଏମ୍‌ଡି ଦାୟିତ୍ବ ମଧ୍ୟ ତୁଲାଇବେ। ବାଣିଜ୍ୟକର କମିସନର ତଥା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀଙ୍କୁ ସରକାର ଶକ୍ତି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଓଡ଼ିଶା ଜଳବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

େଯାଜନା ଓ ସେଂଯାଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରମୁଗମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାର ପୂର୍ବରୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ଦେଇଥିଲେ। ଜଳସଂପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ବିଶାଳ ଗଗନଙ୍କୁ ସରକାର ସେହି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଆଇଏଏସ୍ ଅଫିସର ତଥା ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ ତାଙ୍କ ମୂଳ ଦାୟିତ୍ବ ସହିତ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

ସମ୍ବନ୍ଧିତ ଖବର