ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ଥାନାରେ କାର୍ଯ୍ୟରତ ଏବଂ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ହୋମ୍ଗାର୍ଡ଼ ନଟବର ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଆର୍ଥିକ ସହାୟତା ଘୋଷଣା କରିବା ସହିତ ନଟବରଙ୍କ ଚିକିତ୍ସା ମାଗଣରେ ଯୋଗାଇବା ପାଇଁ ଆଦେଶ ଦେବା ସହିତ ଖୁବ ଶୀଘ୍ର ସ୍ଥାସ୍ଥ୍ୟବାନ୍ ହେବାକୁ କାମନା କରିଛନ୍ତି।
ସୂଚନାଯୋଗ୍ୟ ହୋମଗାର୍ଡ ନଟବର ନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱରସ୍ଥିତ ଆଇଟିଆଇ ପଡ଼ିଆ ଠାରେ ଥିବା ସମାବେଶ ଅବସରରେ ଡ୍ୟୁଟି କରିବାକୁ ଆସୁଥିଲେ। ନଟବର ଟ୍ରାଫିକ୍ ଡ୍ୟୁଟି କରିବା ପାଇଁ ନୀଳଗିରି ଠାରୁ ଟ୍ରେନ୍ରେ ଆସୁଥିଲେ। ସେ ଟ୍ରେନରୁ ଖସି ପଡ଼ିବାରୁ ତାଙ୍କର ୨ଟି ଗୋଡ଼ କଟି ଯାଇଥିଲା। ଫଳରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/naveen-3.jpg)