ଭୁବନେଶ୍ବର : ସର୍ବଦଳୀୟ ବୈଠକ ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ କୋଭିଡ଼ ସଂକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ, ବିଧାୟକମାନେ ଶପଥ ନେଇ କହିଥିଲେ ଯେ,' ମୁଁ ଜଣେ ଲୋକ ପ୍ରତିନିଧି ଭାବରେ ଶପଥ କରୁଛି ଯେ ,ମୋ ନିର୍ବାଚନ ମଣ୍ଡଳୀର ସବୁ ଲୋକଙ୍କୁ ,କୋଭିଡ଼ ନିୟମ, ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଷା କରିବା , ଆଦି ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ଠା ର ସହ କାମ କରିବି। କୋଭିଡ଼ ବିରୋଧରେ ଏ ଲଢ଼େଇରେ, ଆଗରେ ରହି, ଆମ ପାଇଁ ଲଢ଼ୁଥିବା, କୋଭିଡ଼ ଯୋଦ୍ଧା ମାନଙ୍କୁ ,ପୁରା ସହଯୋଗ ଯୋଗାଇ ଦେବି। ଓଡ଼ିଶାର ପ୍ରତିଟି ପରିବାର, ତଥା ପ୍ରତିଟି ଜୀବନ, ଯେପରି ସୁରଷିତ ରହିବ ,ସେଥିପାଇଁ ,ସମ୍ପୂର୍ଣ୍ଣ ଦାୟିତ୍ୱ ର ସହ କାମ କରିବି। ଏ ଲଢ଼େଇ ,ଆମ ସମସ୍ତଙ୍କ ର ଲଢ଼େଇ। ସାରା ମାନବ ସମାଜ ର ଲଢ଼େଇ। ସବୁ ଭେଦ ଭାବ ଭୁଲି, ସମସ୍ତଙ୍କୁ ସାଥିରେ ନେଇ, କୋଭିଡ଼ ବିରୁଦ୍ଧରେ, ସମ୍ପୂର୍ଣ୍ଣ ଵିଜୟ ହାସଲ ପର୍ଯ୍ୟନ୍ତ , ମୁଁ ଲଢେ଼ଇ ଜାରି ରଖିବି।''
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କୁ ଶପଥ କରାଇଲେ ବାଚସ୍ପତି
/sambad/media/post_attachments/wp-content/uploads/2019/10/Surya-Narayan-patra-family.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)