ଭୁବନେଶ୍ବର: ଏପ୍ରିଲ୍ ୨ ତାରିଖ ବୁଧବାରଠାରୁ ଶିଶୁ ବାଟିକାରେ ପାଠପଢ଼ା ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିଲାଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହା ସହିତ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ ପରସି ଥିଲେ।
ଖଡ଼ିଛୁଆଁ ସହିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ଯୁକ୍ତ ୨ ଖାତାଦେଖା ଆରମ୍ଭ: ମେ’୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ
ପୂର୍ବରୁ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଛୋଟ ପିଲାଙ୍କ ଶୈଶବ ଶିକ୍ଷା ଏହି କାର୍ଯ୍ୟକ୍ରମ ଦ୍ବାରା ସ୍ମରଣୀୟ  ହେବ। ପିଲାମାନଙ୍କୁ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା ମିଳିବ ।
ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ନୂଆ କରି ପାଠ ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ଅପ୍ରେଲ ୨ରେ 'ଶିଶୁ ବାଟିକା' ବ୍ୟବସ୍ଥାର ଶୁଭାରମ୍ଭ ହେଉଛି। ଏଥିସହ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆସନ୍ତୁ ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା।
ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ସାମୟିକ ଆଶ୍ବସ୍ତି: ୧୫ ଜିଲ୍ଲାରେ କାଳବୈଶାଖୀ ପୂର୍ବାନୁମାନ
CM Mohan Charan Majhi | Sisu vatika
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/02/WWERw8z79v6eM6thyEKP.jpg)
