୩ଟି ପୁସ୍ତକର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ଆଜି ନବୀନ ନିବାସରେ ୩ଟି ପୁସ୍ତକର ଲୋକାର୍ପଣ କରିଛନ୍ତି। ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡ଼ା’ ଲୋକାର୍ପଣ କରିଥିଲେ। ଶ୍ରୀ ମହାପାତ୍ରଙ୍କ କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବେ ପ୍ରସ୍ଫୁଟିତ ହୋଇଛି। ସେହିପରି ଅଧ୍ୟାପିକା ଇପ୍‌ସିତା‌ ଷଡ଼ଙ୍ଗୀଙ୍କ ଦ୍ବାରା ଓଡ଼ିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନ୍‌ରୁ ମୁନ୍ନାର’ ଉପନ୍ୟାସ ମଧ୍ୟ ଲୋକାର୍ପଣ କରାଯାଇଛି। ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭାସମ୍ପନ୍ନ ଶିଶୁ ଲେଖିକା ଭାବେ ଅଳ୍ପ ବୟସରେ ଅନେକ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି କରି ପ୍ରଶଂସିତ ହୋଇଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର