୨୦ରେ ଯିବେ ମୁଖ୍ୟମନ୍ତ୍ରୀ, ମାଲକାନଗିରିରୁ ଆରମ୍ଭ ହେବ ସ୍ମାର୍ଟ କାର୍ଡ ବଣ୍ଟନ

ଭୁବନେଶ୍ବର : ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଥିବାବେଳେ ଏହି ଯୋଜନା ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହେବ। ଆସନ୍ତା ୨୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତ କରି ଏହି ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ସରକାରଙ୍କ ୭ଜଣ ମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି ଏହି ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ବୁଝାଇବେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଶୁଣିବା ପାଇଁ ବିଭିନ୍ନ ବ୍ଲକରେ ମଧ୍ୟ ଏଲ୍‌ଇଡି ବନ୍ଦୋବସ୍ତ କରାଯାଇଛି। ଆଗାମୀ ଦିନରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର