କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଗୁରୁବାର ବଲାଙ୍ଗୀରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବେ । ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନ ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ତୁଷରା ଏୟାରଷ୍ଟ୍ରିପ ଯିବେ ।

ସେଠାରୁ ହେଲିକପ୍ଟରରେ ଟିଟିଲାଗଡ଼ ସ୍ଥିତ ସିଟି ହାଇସ୍କୁଲ ପଡିଆକୁ ଯିବେ । ସେଠାରୁ ଶୋଭାଯାତ୍ରାରେ ଯାଇ ଟିଟଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ। ନବୀନ ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର