ବ୍ରହ୍ମପୁର: ‘ପିଲାମାନେ ଯାହା ହେବାକୁ ଚାହୁଛନ୍ତି, ହେବାକୁ ଦିଆଯାଉ। କ୍ୟାରିୟର ବାଛିବାର ସ୍ବାଧୀନତା ସେମାନଙ୍କର ରହୁ। ଡାକ୍ତର, ଇଞ୍ଜିନିୟର ହେବାକୁ ପିଲାଙ୍କ ଉପରେ ମାନସିକ ଚାପ ଦିଆନଯାଉ। ତେବେ ଯାଇ ସୁନ୍ଦର ସମାଜ ଗଢ଼ା ଯାଇପାରିବ।’ ବୁଧବାର ବ୍ରହ୍ମପୁର ନୀଳକଣ୍ଠନଗର ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଇ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପ୍ରତି ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି।
Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପିଲା ହାତରେ ରହୁ ଭବିଷ୍ୟତ ନିର୍ଦ୍ଧାରଣ ନିଷ୍ପତ୍ତି
କୋହଲି, ମେସିଙ୍କ ଉଦାହରଣ ଦେଇ ବୁଝାଇଲେ
ବଡ଼ ହେଲେ ଜଣେ କ’ଣ ହେବ, ତାହା ପିଲାଦିନୁ ଚିନ୍ତା କରାଯାଏ। ପିଲାର ଭବିଷ୍ୟତ ଅଭିଭାବକ ଓ ଶିକ୍ଷକଙ୍କ ଉପରେ ଛାଡ଼ି ଦିଆଯାଏ। ସେମାନେ ପିଲାକୁ ଯେମିତି ଗଢ଼ିବାକୁ ଚାହାନ୍ତି ସେମିତି ଗଢ଼ନ୍ତି। ଖାସ୍ କରି ପିଲା ଡାକ୍ତର ଓ ଇଞ୍ଜିନିୟର ହେବାକୁ ଅଭିଭାବକ ସ୍ବପ୍ନ ଦେଖନ୍ତି। ସେଥିପାଇଁ ପିଲାଦିନୁ ପିଲାଙ୍କ ଉପରେ ମାନସିକ ଚାପ ରୁହେ। ପାଠପଢ଼ା, କୋଚିଂ ଆଦି ଚାପରେ ପିଲାର ବୌଦ୍ଧିକ ବିକାଶ ତ ହୁଏନାହିଁ, ଅପରନ୍ତୁ ସ୍ବପ୍ନ ପୂରଣ ପଛରେ ସେ ଧାଏଁ। ଏପରି ନ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ
ପିଲା କ’ଣ ହେବାକୁ ଚାହୁଁଛି ପ୍ରଥମେ ପଚରାଯାଉ। ସେଥିରେ ତାକୁ ସ୍ବାଧୀନତା ମିଳୁ। ତେବେ ଯାଇ ପିଲାଟି ନିଜ ମନପସନ୍ଦର କ୍ୟାରିୟର ବାଛିପାରିବ। କେବଳ ସରକାରୀ ଚାକିରି ପଛରେ ନ ପଡ଼ି ଅନ୍ୟ କ୍ଷେତ୍ରରେ ବି ଛାତ୍ରଛାତ୍ରୀ ପାରଙ୍ଗମ ହୁଅନ୍ତୁ। କ୍ରିକେଟର୍ ସଚିନ ତେନ୍ଦୁଲକର, ବିରାଟ କୋହଲି, ଫୁଟବଲ୍ ତାରକା ଲିଡନାର୍ଡ ମେସିଙ୍କ ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ପିଲାଙ୍କୁ ଆଗକୁ ଯିବା ଲାଗି ସୁଯୋଗ ଦିଆଯିବା ଓ ଏଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ କ୍ଷେତ୍ର ପ୍ରସ୍ତୁତ କରିବା ଜରୁରି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/18/shfhffssfh-2025-12-18-01-41-36.jpg)