୧ ଜୁଲାଇରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର : ଆସନ୍ତା ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ବର୍ତମାନ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତି ଦୂର ହୋଇଯାଇଛି। ଏଣୁ ଆଗାମୀ ଜୁଲାଇ ୧ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହିତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଏବଂ ଜିଲ୍ଲାସ୍ତରୀୟ ସବୁ ଅଭିଯୋଗ ପ୍ରକୋଷ୍ଠ ସ୍ବାଭାବିକ ଭା‌ବେ ପ୍ରତି ସୋମବାର ଦିନ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର