ନୂଆପଡ଼ା: ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଭଳି କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା ପରେ ଖରିଆରରେରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକଥା କହିଛନ୍ତି। ତେଣେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୯ ତାରିଖରେ ସାଢେ଼ ଏଗାରରୁ ସାଢେ଼ ଗୋଟେ ସମୟ ଭିତରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶପଥ ନେବେ। ଯେତେ ବଡ଼ ଲୋକ କହିଲେ ବି କିଛି ଫରକ୍ ପଡ଼ିବନି। ସେ ଆହୁରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଅନେକ ରାଜ୍ୟର ଲୋକ ବିଶ୍ଵାସ କରି ତେଲ ପକାଇଲେ, କିନ୍ତୁ ସରିଗଲା ଗାଡ଼ି ବନ୍ଦ ହେଇଗଲା। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଜବାବ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନ ଏପରି କହିଛନ୍ତି।
ସୂଚନାଯୋଗ୍ୟ, ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ee01b00a-c828-485a-a602-d8cc36782cd1.jpeg)