ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମୁକାବିଲା ଲାଗି ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାର କଡ଼ାକଡ଼ି ପାଳନ ଲାଗି ୧୮୯୭ ମସିହାର ମହାମାରୀ ଆଇନକୁ ଏକ ଅଧ୍ୟାଦେଶ ଜରିଆରେ ସଂଶୋଧନ କରି ଆଇନର ଉଲ୍ଲଂଘନ ନେଇ ଥିବା ଦଣ୍ଡକୁ ବଢ଼ାଇଛନ୍ତି। ଆଜି ଏ ସଂପର୍କରେ ସୂଚନା ଦେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ମହାମାରୀ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ ଲାଗି ଏଣିକି ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ। ପୁରଣା ଆଇନରେ ଦଣ୍ଡ ଅତ୍ୟନ୍ତ ନଗଣ୍ୟ ଥିଲା।
ଲକଡାଉନ୍ ନିୟମକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି, ଯେଉଁଥିଲାଗି ପୁରୁଣା ଆଇନକୁ ସଂଶୋଧନ କରାଯାଇଛି। ଏହି ଆଇନକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଉଲଂଘନକାରୀଙ୍କୁ ସର୍ବନିମ୍ନ ୨ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ସେହିପରି ସାରା ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି । ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ ।
କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଘରୋଇ ହସ୍ପିଟାଲ ଓ ନର୍ସମାନଙ୍କୁ ରିକ୍ୟୁଜିସନରେ ନେବେ । ଜିଲ୍ଲାପାଳ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଡାକ୍ତରଙ୍କୁ ରିକ୍ୟୁଜିସନ କରିପାରିବେ । ରାଜ୍ୟ ସରକାର ୧ ଲକ୍ଷ ରାପିଡ୍ ଡାଇଗ୍ନୋଷ୍ଟିକ କିଟ୍ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିକ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ଭତ୍ତିଭୂମିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିରୁ କୋଭିଡ-୧୯ ହସ୍ପିଟାଲ ଅନ୍ୟତମ । ଆମେ ପାଖାପାଖି ୬୦୦୦ ବେଡ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛୁ । ଏଯାଏଁ ୮ଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ସେଗୁଡ଼ିକରେ ପ୍ରାୟ ୧୫୦୦ ବେଡ ଅଛି । ରାଜ୍ୟରେ ଏବେ ଏନ-୯୫ ମାସ୍କ ମହଜୁଦ ଅଛି । ୪ରୁ ୮ ମାସ ପର୍ଯ୍ୟନ୍ତ ପାଇଁ ଔଷଧ ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/asit.png)