ଭୁବନେଶ୍ବର: ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ସଟ୍ଡାଉନ୍ ଉଠାଯିବବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। କରୋନା ନେଇ ୧୦୦ ପ୍ରତିଶତ ଜନତା ସରକାରଙ୍କ କଥାକୁ ମାନି ଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅନ୍ୟ ପକ୍ଷରେ ସଟଡାଉନ୍ ସରୁ ସରୁ ବଜାରରେ ଭିଡ ଜମାଇ ଏଥିରୁ ମିଳିଥିବା ସୁଫଳକୁ ନଷ୍ଟ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ତେବେ ସଟ୍ଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ ଦୋକାନକୁ ଯାଇ ଭିଡ଼ ନ ଜମାଇବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ‘ରାତି ୮ଟା ପରେ ତେଜରାତି ଦୋକାନ, ପରିବା ଦୋକାନ ଆଦି ଖୋଲା ହେବ, କିନ୍ତୁ ଏହି ସମୟରେ ଅଯଥାରେ ବଜାରକୁ ଯାଆନ୍ତୁ ନାହିଁ । ପରିବା କିଣୁ କିଣୁ ଆପଣ ନିଜ ସାଥୀରେ କରୋନାକୁ ବି ଘରକୁ ନେଇ ପାରନ୍ତି ।’
ଯଦି ଏହି ନିୟମକୁ ଉଲ୍ଲଂଘନ କରାଯିବାର ସରକାର ଅନୁଭବ କରନ୍ତି, ତେବେ ଏହାଠାରୁ ଆହୁରି କଠୋର ନିଷ୍ପତ୍ତି ନେବାକୁ ସରକାର ବାଧ୍ୟ ହେବେ ବୋଲି ସେ ସତର୍କ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନ ଚାହିଁଲେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସିଲ୍ କରି ପାରିବ ଅଥବା ସଟ୍ଡାଉନ୍ ଘୋଷଣା କରିପାରିବ। ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ୍ କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Shut-Down-Will-Be-Closed-Tonight_Thumbnail.jpg)