ଅପରାହ୍ଣ ୨ଟାରେ ଲକଡାଉନ ନେଇ ମୁଖ୍ୟ ଶାସନ ସଚିବ ଜରୁରୀ ଘୋଷଣା କରିବା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନର ଆଜି ଶେଷ ଦିନ ହୋଇଥିବାବେଳେ ଆସନ୍ତା କାଲିଠାରୁ ଲକଡାଉନ ବଢିବ କି କୋହଳ ହେବ ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଯାଇଛି । ଆଜି ଅପରାହ୍ଣ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେ ରାଜ୍ୟର କରୋନା ସ୍ଥିତି ଓ ଲକଡାଉନ ସମ୍ପର୍କରେ କିଛି ଜରୁରୀ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଓ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଶାନୁରୂପ ଭାବେ କମୁନାହିଁ । ବେଶ କିଛି ଦିନ ହେଲା ଦୈନିକ ସଂକ୍ରମଣ ହାରାହାରି ୩ ହଜାର ଉପରେ ରହୁଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଓ ୪୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାର ପୂର୍ବ ୨୪ ଘଣ୍ଟାରେ ରାଜ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା କମୁନଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର