ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି ଉପରେ ସ୍ବତନ୍ତ୍ର ଭାବେ ନଜର ରଖିଛନ୍ତି। କିଭଳି ଦେଶରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଇପାରିବ ସେ ସଂପର୍କରେ ଗୁରୁତ୍ବର ସହ ଚିନ୍ତା ମଧ୍ୟ କରୁଛନ୍ତି। ନୂତନ ଜ୍ଞାନକୌଶଳ ଆଧାରରେ କିଭଳି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରିବ ଏବଂ ସମସ୍ତେ ଏହା ଦ୍ବାରା କିପରି ଲାଭବାନ ହେବେ ସେ ନେଇ ଶ୍ରୀ ମୋଦୀ ସବୁବେଳେ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଡ. ମିଶ୍ର ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ ଅବସରରେ ଏହା କହିଛନ୍ତି।
ଡ. ମିଶ୍ର ଗତକାଲି ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ଆଜି ପ୍ରଥମେ ସେ ନିଜେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସମ୍ବଲପୁର ପଟ୍ଟନାୟକପଡ଼ାସ୍ଥିତ ବ୍ରଜ ମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ବିଦ୍ୟାଳୟ ଗୃହ ଲୋକାର୍ପଣ କରିଥିଲେ। ବିଦ୍ୟାଳୟରେ ପିଲାମାନଙ୍କ ପାଠପଢ଼ା ପାଇଁ ସ୍ମାର୍ଟକ୍ଲାସ୍ଠାରୁ ଆରମ୍ଭ କରି ଅନେକ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ସବୁ କକ୍ଷଗୁଡ଼ିକୁ ଡ. ମିଶ୍ର ପରିଦର୍ଶନ କରିବା ସହ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/sambalpur-2.jpg)