ସମ୍ବଲପୁର: ବୁଧବାର ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟ ସଚିବ। ତାଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍ଇଟି ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଆସିବା କାର୍ଯ୍ୟକ୍ରମ ରହିଛି। ସେମାନେ ହେଲିକପ୍ଟର ଯୋଗେ ଆସି ସକାଳ ୮ଟାରେ ସ୍ଥାନୀୟ ଏୟାର୍ ଷ୍ଟ୍ରିପ୍ରେ ଓହ୍ଲାଇବା ପେର ସିଧାସଳଖ ବୁର୍ଲା ଯାଇ ଭିମସାର୍ଠାରେ କୋଭିଡ୍ ଡାକ୍ତରଖାନା ପରିଦର୍ଶନ କରିବେ। ଇତି ମଧ୍ୟରେ ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ର ଶଯ୍ୟା ଓ ଆଇସିୟୁ ସଂଖ୍ୟା ଦୁଇଗୁଣା କରିବାକୁ ଚାଲିଥିବା କାର୍ଯ୍ୟର ଯାଞ୍ଚ କରିବେ। ସେହିପରି ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାପରେ ରାଉରକେଲା ଅଭିମୁଖେ ଯିବେ ବୋଲି ଜଣା ପଡ଼ିଛି।
୧୪ରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ
/sambad/media/post_attachments/wp-content/uploads/2021/04/Suresh-Mohapatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)